ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧/୧୦: ସବୁ କଳ୍ପନା-ଜଳ୍ପନାର ଘଟିଲା ଅନ୍ତ।ନୋଏଲ ଟାଟା ହୋଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ। ରତନ ଟାଟାଙ୍କ ଦେହାନ୍ତ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବୁଧବାର ରତନ ଟାଟାଙ୍କ ଦେହାନ୍ତ ହୋଇଥିଲା। ଆଜି ବୈଠକ ପରେ ନୋଏଲ ଟାଟାଙ୍କୁ ଦାୟିତ୍ୱ ଦେବା ନେଇ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ, ଆଜି ମୁମ୍ବାଇରେ ଟ୍ରଷ୍ଟ ବୋର୍ଡର ବୈଠକ ବସିଥିଲା। ଏହି ବୈଠକରେ ନୋଏଲ ଟାଟାଙ୍କ ନାଁରେ ମୋହର ବାଜିଥିଲା। ତେଣୁ ସେ ଟାଟା ଟ୍ରଷ୍ଟର ପରବର୍ତ୍ତୀ ଅଧ୍ୟକ୍ଷ ହୋଇଛନ୍ତି। ଟାଟା ଗ୍ରୁପର ମାଲିକ ଦିବଂଗତ ରତନ ନବଲ ଟାଟା ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇ ଆସିଥିଲେ। କିନ୍ତୁ ତାଙ୍କର କେହି ଉତ୍ତରାଧିକାରୀ ନ ଥିବାରୁ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ବୋର୍ଡର ବୈଠକ ବସିଥିଲା।

Leave a Reply

Your email address will not be published. Required fields are marked *