ଶକ୍ତିପୀଠରେ ମହାନବମୀ ଚାଲିଥିବା ବେଳେ ପୂଜାମଣ୍ଡପରେ ଚାଲିଛି ମହାଅଷ୍ଟମୀ ପୂଜା

ଭୁବନେଶ୍ୱର,୧୧/୧୦: ଆଜି ଶକ୍ତିପୀଠରେ ମହାନବମୀ ଚାଲିଥିବା ବେଳେ ପୂଜାମଣ୍ଡପରେ ମହାଅଷ୍ଟମୀ ପୂଜା ଚାଲିଛି। ଏଥିଲାଗି ଆଜି ସକାଳୁ ପୂଜାମଣ୍ଡପରେ ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସେମାନେ ବ୍ରତ ପୂଜା କରିବା ସହ ମାଙ୍କୁ ଶାଢ଼ୀ ଅର୍ପଣ କରୁଛନ୍ତି। କଟକ ଓ ରାଜଧାନୀ ସମେତ ବିଭିନ୍ନ ମଣ୍ଡପରେ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସୁନ୍ଦର ସାଜସଜ୍ଜା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ରହିଛି। ଏଣେ ଶକ୍ତିପୀଠରେ ମନ୍ତ୍ର ଓ ଧ୍ବନିରେ କମ୍ପୁଛି ପରିବେଶ। ସେଠାରେ ଚଣ୍ଡୀପାଠ କରାଯାଉଛି। ଅଧିକାଂଶ ଶକ୍ତିପୀଠରେ ବି ଭକ୍ତଙ୍କ ସମାଗମ ହେଉଥିବା ଜଣାଯାଇଛି। କଟକର ଚଣ୍ଡୀ ଓ ଗଡ଼ଚଣ୍ଡୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *