ଟ୍ରାକରେ ଛିଡି ପଡ଼ିଲା ଇଲେକ୍ଟ୍ରିକ ତାର, ମରାମତି ପରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ

ନୂଆଦିଲ୍ଲୀ, ୧୦/୧୦: ଟ୍ରାକରେ ଛିଡି ପଡ଼ିଲା ଓଭର ହେଡ୍‌ ଇଲେକ୍ଟ୍ରିକ ତାର ମରାମତି କରାଯିବାର ୨ ଘଣ୍ଟା ପରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ। ଫଳରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରିଛନ୍ତି।

ଆଜି ସକାଳେ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ ଟ୍ରାକ୍ ଉପରେ ଓଭର ହେଡ୍‌ ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିଥିଲା। ଏଥିଯୋଗୁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ଫଳରେ ସେହି ରୁଟ୍ ଦେଇଯିବାକୁ ଥିବା ରାଉରକେଲା ଇଣ୍ଟରସିଟି ଲକ୍ଷ୍ମୀପୁରରେ ଅଟକି ରହିଥିଲା। ରେଳ ଚଳାଚଳ ବାଧାପ୍ରାପ୍ତ ହେବା ଯୋଗୁ ଯାତ୍ରୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

Leave a Reply

Your email address will not be published. Required fields are marked *