ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ କମିଶନର

ଭୁବନେଶ୍ୱର, ୮/୩: ସୌମେନ୍ଦ୍ର ପ୍ରିୟଦର୍ଶୀ ହୋଇଛନ୍ତି ନୂଆ ପୋଲିସ କମିଶନର । ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ନୂଆ କମିଶନର ହୋଇଛନ୍ତି ସୌମେନ୍ଦ୍ର । ସେ ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ। ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି ।ସେହିପରି ଅଗ୍ନିଶମ ଡିଜି ହେଲେ ଏମ୍ ଅକ୍ଷୟ । ସୁଧାଂଶୁ ଷଡ଼ଙ୍ଗୀ ହେଲେ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ।