ଆସନ୍ତା ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର,୭/୧୦: ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ। ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷାଦିନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା । ତେବେ ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଗତବର୍ଷ ୨୦୨୨-୨୩ରେ ୪୧ ହଜାର ୩୪୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ୨୦୨୩-୨୪ରେ ୨୫ ହଜାର ୮୪୬ ଜଣ ଆସିଥିଲେ । କିନ୍ତୁ ଏଥର ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିବା ନେଇ ଆଶଙ୍କା ଅଛି |

Leave a Reply

Your email address will not be published. Required fields are marked *