ରୋଗୀଙ୍କ ଉପରେ ଛିଡ଼ି ପଡ଼ିଲା ଫ୍ୟାନ୍

କଟକ, ୮/୩: କଟକ SCBରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମେଡିକାଲ୍ ରେ ଏକ ମହିଳା ରୋଗୀଙ୍କ ଉପରେ ଛିଡ଼ି ପଡ଼ିଛି ଫ୍ୟାନ୍। ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଫ୍ୟାନ୍ ଛିଡ଼ି ପଡ଼ିଥିବା ସୂଚନା ମିଳିଛି।ଫ୍ୟାନ୍ ପଡ଼ି ମହିଳା ରୋଗୀ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିଆଁରେ ପୋଡ଼ି ଯାଇଥିବାରୁ ସର୍ଜରୀ ବିଭାଗରେ ମହିଳା ଜଣକ ଚିକିତ୍ସିତ ହେଉଥିଲେ।