ଖୁବଶୀଘ୍ର ହୀରାକୁଦ ଡ୍ୟାମ କେନାଲର ହେବ ନବୀକରଣ

ଭୁବନେଶ୍ୱର,୭/୧୦: ଖୁବଶୀଘ୍ର ହୀରାକୁଦ ଡ୍ୟାମ କେନାଲର ହେବ ନବୀକରଣ। ଏଥି ପାଇଁ ଖର୍ଚ୍ଚ ହେବ ୮୫୫ କୋଟି ଟଙ୍କା। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି। ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାର ବିସ୍ତୃତ ତଥ୍ୟ ମଧ୍ୟ ଆସିଛି। ଆସନ୍ତା ୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ୨୦୨୪-୨୫ରୁ ୨୦୨୭-୨୮ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ ପାଇଁ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ନବୀକରଣ ଯୋଜନାରେ ଜଳପଥଗୁଡ଼ିକୁ ମାଇନର, ସବମାଇନର ଭାବରେ ପୁନଃନାମିତ କରାଯିବ। ଏଥସହ ମାଟିରେ ନିର୍ମିତ ହୋଇଥିବା ଜଳପଥଗୁଡ଼ିକରେ ସିମେଣ୍ଟ କଂକ୍ରିଟ ଲାଇନିଂ କରି ଜଳ ପରିଚାଳନା ସ୍ଥିରତା ସୁନିଶ୍ଚିତ କରାଯିବ। କେନାଲର ଜଳସେଚନ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହ ବଣ୍ଟନ ବ୍ୟବସ୍ଥାରେ ଜଳ କ୍ଷତିକୁ ହ୍ରାସ କରି ତଳ ମୁଣ୍ଡରେ ପାଣି ଉପଲବ୍ଧତା ବୃଦ୍ଧି କରାଯିବ।

Leave a Reply

Your email address will not be published. Required fields are marked *