ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୬ ନକ୍ସଲ ସଫା

ଭୁବନେଶ୍ୱର,୪/୧୦: ଛତିଶଗଡ଼ର ନାରାୟଣପୁର-ଦାନ୍ତେୱାଡ ସୀମାନ୍ତରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୬ ନକ୍ସଲ ସଫା। ଜଙ୍ଗଲ ମଧ୍ୟରୁ ୩୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ୩୬ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରାଯାଇଛି।

ଆଜି ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା।ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ୩୬ ଜଣ ମାଓବାଦୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *