୭ବର୍ଷ ପରେ ପୁଣି ଥରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍

ଭୁବନେଶ୍ୱର,୪/୧୦: ୭ବର୍ଷ ପରେ ପୁଣି ଥରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଆସନ୍ତା ଡିସେମ୍ବର ୨୮ ତାରିଖରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ହକି ଇଣ୍ଡିଆ ଲିଗର ୨୦୨୪-୨୫ ସିଜନ । ଏଥିପାଇଁ ଆସନ୍ତା ୧୩ରୁ ୧୫ ତାରିଖରେ ଦିଲ୍ଲୀରେ ହେବ ଖେଳାଳି ନିଲାମୀ ।ଏଥର ଏଚଆଇଏଲରେ ପୁରୁଷ ବର୍ଗରେ ୮ଟି ଟିମ୍ ସାମିଲ ହୋଇଥିବା ବେଳେ ମହିଳା ବର୍ଗରେ ୬ଟି ଟିମ୍ ଖେଳିବେ । ଓଡ଼ିଶାର ରାଉରକେଲାରେ ପୁରୁଷ ଓ ଝାଡଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗର ସବୁ ମ୍ୟାଚ । ପୁରୁଷ ବର୍ଗରେ ୮ଟି ଯାକ ଟିମକୁ ବିଭିନ୍ନ ଫ୍ରାଞ୍ଚାଇଜି କିଣିସାରିଛନ୍ତି । ସେହିପରି ମହିଳା ବର୍ଗରେ ୪ଟି ଟିମ ଘୋଷଣା ହୋଇଛି ।

Leave a Reply

Your email address will not be published. Required fields are marked *