ଖୁବ୍‌ ଶୀଘ୍ର ଭୁବନେଶ୍ୱର ବିମାନ ବନ୍ଦରରେ ହେବ ଆଉ ଏକ ଟର୍ମିନାଲ

ଭୁବନେଶ୍ୱର,୪/୧୦:  ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଟର୍ମିନାଲ ଥିବା ବେଳେ ଖୁବ୍‌ ଶୀଘ୍ର ଆଉ ଏକ ଟର୍ମିନାଲ ନିର୍ମାଣ କରାଯିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଉଡ଼ୁ ଆଜି ଭୁବନେଶ୍ୱର ବିମାନବନ୍ଦରରରେ ପହଞ୍ଚି ସମୀକ୍ଷା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି, ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲର କ୍ଷମତା ବାର୍ଷିକ ୪୦ ଲକ୍ଷ ରହିଛି। କିନ୍ତୁ ବର୍ଷକୁ ଏହି ଟର୍ମିନାଲ ଦେଇ ୫୦ ଲକ୍ଷ ଯାତ୍ରୀଙ୍କଠୁ ଅଧିକ ଯାତାୟତ କରୁଛନ୍ତି। ତେଣୁ ଏହାର କ୍ଷମତା ବଢ଼ାଇବାକୁ ଯୋଜନା ପ୍ରସ୍ତୁତ ହେଉଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୧ ମିଲିୟନ କ୍ଷମତା ବିଶିଷ୍ଟ ଏକ ନୂଆ ଟର୍ମିନାଲ ନିର୍ମିତ ହେବ । ଫଳରେ ଆହୁରି ଅଧିକ ସଂଖ୍ୟକ ଯାତ୍ରୀ ଏହି ବିମାନବନ୍ଦରରୁ ଯାତାୟତ କରି ପାରିବେ।ଏଥିସହ ଖୁବଶୀଘ୍ର ରନୱେ କ୍ୟାଟ୍ ଟୁ ଲାଇଟ୍ ବ୍ୟବସ୍ଥା ବି ହେବ । ଆଗାମୀ ମାସେ ମଧ୍ୟରେ ବହୁ କାମ ସମ୍ପନ୍ନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।