ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପିନାକ ମିଶ୍ର

ଭୁବନେଶ୍ୱର,୩/୧୦: ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପିନାକ ମିଶ୍ର । ପ୍ରତୀକ ସିଂଙ୍କ ବଦଳି ପରେ ସେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।  ୨୦୧୧ ବ୍ୟାଚ ଆଇପିଏସ ଅଫିସର ପିନାକ ମିଶ୍ର । କମିସନରେଟ ପୋଲିସର ବ୍ୟାଚ ପ୍ରଦାନ କରିବା ସହ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ ।ଚଳିତ ବର୍ଷ ଜାନୁଆରୀରେ ସେ ପୁରୀ ଏସପି ଭାବେ କାର୍ଯ୍ୟ କରିବା ପରେ ଏବେ ଡିସିପି ଭୁବନେଶ୍ୱର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

କାର୍ଯ୍ୟଭାର ଗ୍ରହଣ କରିବା ପରେ ଡିସିପି ଭୁବନେଶ୍ୱରରେ ପୋଲିସିଂ ବ୍ୟବସ୍ଥାକୁ ସୁଧାର ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ସେପଟେ ଆଗକୁ ଦଶହରା ଥିବାବେଳେ ସହରର ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଉପରେ ଅଧିକ ଫୋକସ ରହିବ ବୋଲି କହିଛନ୍ତି ଡିସିପି ।

Leave a Reply

Your email address will not be published. Required fields are marked *