ରାଜ୍ୟରେ ଚାଲିଛି ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କଲେ ଆଶାୟୀ

ଭୁବନେଶ୍ୱର,୩/୧୦: ରାଜ୍ୟରେ ଚାଲିଛି ଆରଆଇ ଓ ଅମିନ ପରୀକ୍ଷା। ହେଲେ ପ୍ରତିଦିନ କିଛି ନା କିଛି କଥା ପଦାକୁ ଆସୁଛି। ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଚାକିରି ଆଶାୟୀ। ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ OSSSC ଖେଳ ଖେଳୁଥିବା ସେମାନେ ଅଭିଯୋଗ କରିଛନ୍ତି।

ରାଜ୍ୟର ଅନେକ ସ୍ଥାନରୁ ଏପରି ବିଭ୍ରାଟ ନେଇ ଖବର ଆସିଛି। ଏହାକୁ ନେଇ ତାତିଛନ୍ତି ଚାକିରି ଆଶାୟୀ। କଟକରେ ମଧ୍ୟ ଆରଆଇ ଓ ଅମିନ ପରୀକ୍ଷାରେ ଅନୟମିତତା ଅଭିଯୋଗ ହୋଇଛି । ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ କରିଛନ୍ତି ଚାକିରି ଆଶାୟୀ। ନେତାଜୀ ବସ୍ ଟର୍ମିନାଲରୁ ଜିଲ୍ଲାପାଳଙ୍କ ଅଫିସ ଯାଏ ରାଲି କରି ଗର୍ଜନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *