ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀ ଶକ୍ତିକୁ ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୮/୩: ପ୍ରତି ବର୍ଷ ପରି ଆଜି ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେଉଛି। ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସେ ସରକାରଙ୍କ ତରଫରୁ ନାରୀ ଶକ୍ତିକୁ ସମ୍ମାନ ଜଣାଇଛନ୍ତି। ବହୁ କ୍ଷେତ୍ରରେ ମହିଳାଙ୍କ ସଫଳତା ନେଇ ଦେଶ ଗର୍ବିତ। ସବୁ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ତ୍ବରାନ୍ବିତ କରିବାକୁ ସେ ଆହ୍ବାନ ଦେଇଛନ୍ତି ।