ଆଜି ମହାଳୟା, ବିଭିନ୍ନ ପୂଣ୍ୟ ତୀର୍ଥ କ୍ଷେତ୍ରରେ ଲାଗିଛି ଲୋକଙ୍କ ଭିଡ଼

ଭୁବନେଶ୍ୱର,୨/୧୦: ମହାଳୟା ଶ୍ରାଦ୍ଧ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ ହୁଏ। ସନାତନ ଧର୍ମରେ ମହାଳୟାର ଏକ ବିଶେଷ ମହତ୍ତ୍ୱ ରହିଛି। ମହାଳୟା ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷର ମିଳନ ସମୟ ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା’ ଦୁର୍ଗାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ ଏବଂ ଗୃହକୁ ଆବାହନ କରାଯାଏ।

ତେଣୁ ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ଭିନ୍ନ ଭିନ୍ନ ବେଶରେ ଆରାଧନା କରାଯିବ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷର ଅନ୍ୟ ଦିନ ମାନଙ୍କରେ ମାଆ ସମଲେଇ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି।  ସେହିପରି ଆଜି ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ ଓ ଶ୍ରାଦ୍ଧ ପରମ୍ପରା ରହିଛି। ତେଣୁ ବିଭିନ୍ନ ପୂଣ୍ୟ ତୀର୍ଥ କ୍ଷେତ୍ରରେ ଲୋକଙ୍କ ସମାଗମ ବଢ଼ିଛି।

Leave a Reply

Your email address will not be published. Required fields are marked *