୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ବିଜୟ କଲା ଭାରତ

ନୂଆଦିଲ୍ଲୀ,୧/୧୦: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଦମଦାର ବିଜୟ। କାନପୁରରେ ୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି ଭାରତୀୟ ଦଳ। ବାଂଲାଦେଶ ଟିମ୍ ଇଣ୍ଡିଆକୁ  ୯୫ରନ୍‌ର ଟାର୍ଗେଟ ଦେଇଥିଲା।   ତେବେ ଭାରତୀୟ ଦଳ ତିନି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।

ମ୍ୟାଚର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଲଗାତାର ଦୁଇ ଦିନ ବର୍ଷା ହୋଇଥିଲା।  କିନ୍ତୁ ରୋହିତଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା।

Leave a Reply

Your email address will not be published. Required fields are marked *