ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ?

ଭୁବନେଶ୍ବର,୨୯/୦୯: ରାଜ୍ୟ ସରକାର ରବିବାର ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି।

ପୁଲିସ କମିସନର ସଂଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଟ୍ରେନିଂ ଏକାଡେମୀକୁ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରାଜ୍ୟ ସରକାର ସୁରେଶ ଦେବଦତ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ମିଳିଥିବା ବେଳେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଏସ୍‌ସିଆରବି ଏସ୍‌ଏଫ୍‌ଏସ୍‌ଏଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆର୍‌ପି କୋଚେ, ଗୃହ ବିଭାଗ ଓଏସ୍‌ଡି ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କୁ ରେଳବାଇ ଓ ତଟ ସୁରକ୍ଷା ଏଡିଜିପି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଏସ୍‌ସିଆରବିର ନିର୍ଦ୍ଦେଶକ ବିନୟ ତୋଷ ମିଶ୍ର କ୍ରାଇମବ୍ରାଞ୍ଚ ଏଡିଜି ହୋଇଛି।

Leave a Reply

Your email address will not be published. Required fields are marked *