ଯାଜପୁର ଜିଲ୍ଲାରେ ବିକାଶ ନାଆଁରେ ବିନାଶ ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୦୯: ଯାଜପୁର ଜିଲ୍ଲା ବଡ଼ଚଣାରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ବିକାଶ ନାଆଁରେ ବିନାଶ ହୋଇଛି। ଗୋଟିଏ ନୁହେଁ, ୩ ପରିବାର ଯାଜପୁର ଜିଲ୍ଲାକୁ ବିକାଶ ନାଁରେ ବିନାଶ କରିଛନ୍ତି। ସେମାନେ ଯାଜପୁରକୁ ଲୁଟିଛନ୍ତି। କାହାକୁ ନ୍ୟାୟ ଦେଇନାହାନ୍ତି ଯାଜପୁର ଶିଳ୍ପସମୃଦ୍ଧ ଜିଲ୍ଲା ଓ ଖଣିଖାଦାନରେ ଭରପୁର ହୋଇ ବି ଏଠି ଯେତିକି ଉନ୍ନତି ହେବା କଥା ହୋଇନାହିଁ। ଏଠି ଲୋକେ ଗରିବ। ସଂପୂର୍ଣ୍ଣ ନାରୀ ଜାତିକୁ ଅସମ୍ମାନ କରିଛନ୍ତି। ପିଇଓ ସ୍ମିତାରାଣୀ ମାମଲାର ଦୋଷୀକୁ ଦଣ୍ଡ ଦେବା ବଦଳରେ ଦୋଷୀକୁ ଘଣ୍ଟ ଘୋଡାଇଛି। ସ୍ମିତାରାଣୀ  ମାମଲାର ଉପଯକ୍ତ ତଦନ୍ତ କରାଯିବ ଓ ଦୋଷୀକୁ ଦଣ୍ଡ ଦିଆଯିବ।

Leave a Reply

Your email address will not be published. Required fields are marked *