ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ, ଆଉ କହିଲେ ଏପରି କଥା..

ନୂଆଦିଲ୍ଲୀ,୨୯/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୧୪ତମ ସଂସ୍କରଣରେ ଭାବପ୍ରବଣ ହୋଇପଡ଼ି କହିଛନ୍ତି ମନ୍ କି ବାତ୍‌ର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି। ‘ମନ୍ କି ବାତ୍’ର ଯାତ୍ରା ଅବିସ୍ମରଣୀୟ। ଏହାକୁ କେବେ ଭୁଲି ହେବ ନାହିଁ।

ଏହି ଧାରାବାହିକର ୧୦ ବର୍ଷ ପୂରଣ ହେବା ନେଇ ଦେଶର ଜନସାଧାରଣ ତଥା ଗଣମାଧ୍ୟମକୁ ମୁଁ ଧନ୍ୟବାଦ ଜଣାଉଛି।ପ୍ରଧାନମନ୍ତ୍ରୀ ଓଡ଼ିଶାର ସାନ୍ତାଳୀ ଭାଷା ଉପରେ କରାଯାଇଥିବା ନବସୃଜନ ନେଇ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଡିଜିଟାଲ୍ ନବସୃଜନ ମାଧ୍ୟମରେ ସାନ୍ତାଳୀ ଭାଷାକୁ ଏକ ନୂତନ ପରିଚୟ ଦେବାକୁ ଚେଷ୍ଟା କରାଯାଇଛି। ଭାରତ ବ୍ୟତିତ ଏହି ଭାଷାଭାଷୀର ଲୋକେ ନେପାଳ, ଭୁଟାନ ଏବଂ ବାଂଲାଦେଶରେ ଅଛନ୍ତି।

 

Leave a Reply

Your email address will not be published. Required fields are marked *