ତାଣ୍ଡବ ରଚୁଛି ବାତ୍ୟା ହେଲେନ: ୪୫ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ,୨୮/୦୯: ଆମରେକାରେ ବାତ୍ୟା ହେଲେନର ତାଣ୍ଡବ । ଦକ୍ଷିଣ ପୂର୍ବ ଆମେରିକାରେ ବାତ୍ୟା ହେଲେନ୍‌ ପ୍ରଭାବରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି ।  ହେଲେନ୍‌ ବାତ୍ୟାର ବେଗ ସାମାନ୍ୟ ଘଣ୍ଟା ପ୍ରତି ୧୨୦ କି.ମି.ରେ ପହଞ୍ଚିଥିଲା । ବାତ୍ୟାକୁ ନଜରରେ ରଖି ଆମେରିକାର ଫ୍ଲୋରିଡା, ଜର୍ଜିଆ, ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନା, ଭର୍ଜିନିଆ ଏବଂ ଆଲାବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ପ୍ରଶାସନ । ହେଲେନ୍‌ର ସର୍ବାଧିକ ପ୍ରଭାବ ଫ୍ଲୋରିଡା, ଜର୍ଜିଆ, ଦକ୍ଷିଣ ଓ ଉତ୍ତର କାରୋଲିନା ରାଜ୍ୟରେ ରହିଥିବା ନେଇ ଏନ୍‌ଏଚ୍‌ସି କହିଛି ।

ବାତ୍ୟା ପ୍ରଭାବରେ କେବେଳ ଜର୍ଜିଆରୁ ଅତି କମ୍‌ରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ଗଭର୍ଣ୍ଣର ବ୍ରିୟାନ କେମ୍ପ ସୂଚନା ଦେଇଛନ୍ତି । ସେହିପରି ହେଲେନ୍‌ରେ କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡ଼ିକରେ ଏବେ ମଧ୍ୟ ଶତାଧିକ ଫସି ରହିଥିବା ସେ କହିଛନ୍ତି । ଜରୁରୀକାଳୀନ ଘୋଷିତ ରାଜ୍ୟଗୁଡିକରେ ଅତି କମରେ ୧୦୦୦ ବିମାନ ବାତିଲ କରାଯାଇଛି । ଆମେରିକୀୟ ସଂଘୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ପକ୍ଷରୁ ଉଦ୍ଧାର କାର୍ୟ୍ୟ ପାଇଁ ୪ ରାଜ୍ୟରେ ୧୫୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି ।

Leave a Reply

Your email address will not be published. Required fields are marked *