ଅଶାନ୍ତ ଭଦ୍ରକ, ସ୍ଥିତି ଅଣାୟତ୍ତ ହେବାରୁ ଜାରି ହେଲା ୧୬୩ ଧାରା

ଭୁବନେଶ୍ୱର,୨୮/୦୯ : ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିଥିଲେ। ଫଳରେ ୨ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଥିଲେ । ସେଠାରେ ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି କରାଯାଇଛି। ଏହି ହିଂସାକୁ ନେଇ ସହରରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟେନେଟ ସେବାକୁ ବନ୍ଦ କରାଯାଇଛି। ସେପ୍ଟେମ୍ବର ୩୦ ରାତି ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି। ଏହା ସହିତ ୧୦ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯାଇଛି। ପଥରମାଡ଼ ଘଟଣାରେ ପୁଲିସ ପକ୍ଷରୁ ୯ ଜଣକୁ ଅଟକ ରଖାଯାଇଛି।

Leave a Reply

Your email address will not be published. Required fields are marked *