ରାଜଧାନୀରେ ଗୋଡେଇ ଗୋଡେଇ ହାଣିବା ଘଟଣା, ପ୍ରତିକ୍ରିୟା ରଖିଲେ ଡ଼ିସିପି

ଭୁବନେଶ୍ୱର, ୭/୩: ଗତକାଲି ଟୁକୁନା ଦାସଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ ଦୁର୍ବୁତ୍ତ। ସେହି ହତ୍ୟାକାଣ୍ଡ ନେଇ ଭୁବନେଶ୍ବର DCP ଆଜି ପ୍ରତିକ୍ରିୟା ରଖିଛନ୍ତି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଛି। ଏହି ଘଟଣାରେ ୨ ହତ୍ୟାକାରୀ ଭାଇ ଗିରଫ ମଧ୍ୟ ହୋଇଛନ୍ତି । ଏହାସହ PCR ଭାଙ୍ଗିବା ଓ ଅଭିଯୁକ୍ତକୁ ମାଡ଼ ମାରିଥିବା ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ଆଇନକୁ ହାତକୁ ନେଇଥିବା ପ୍ରଥମ ବ୍ୟକ୍ତି ପ୍ରଶାନ୍ତ ଦାସ ଗିରଫ ହୋଇଛି।