ଏଣିକି ମିଳିବ ସରୋଗାସୀ ପିତୃତ୍ବ ଛୁଟି, ରାଜ୍ୟ ସରକାର କଲେ ବ୍ୟବସ୍ଥା

ଭୁବନେଶ୍ୱର,୨୭/୦୯: ଏଣିକି ମିଳିବ ସରୋଗାସୀ ପିତୃତ୍ବ ଛୁଟି। ରାଜ୍ୟ ସରକାର ସରୋଗାସୀ ପିତୃତ୍ବ ଛୁଟି ବ୍ୟବସ୍ଥା କରିଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ପୁରୁଷ ସରକାରୀ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ବ ଛୁଟି ମିଳିବ। ସନ୍ତାନ ଜନ୍ମର ୬ ମାସ ମଧ୍ୟରେ ୧୫ ଦିନ ପିତୃତ୍ବ ଛୁଟି ନେଇ ପାରିବେ। ସରୋଗେଟ୍ ମା’ ବି ସରକାରୀ କର୍ମଚାରୀ ହୋଇଥିଲେ ସୁବିଧା ପାଇବେ। ୨ଟି ଜୀବିତ ସନ୍ତାନ ଥାଇ ସରୋଗେଟ ମା’ ହେଲେ ୬ ମାସ ମାତୃତ୍ବ ଛୁଟି ମିଳିବ। ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ମହିଳା କର୍ମଚାରୀ ଯଦି ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମା’ ହୁଅନ୍ତି ତା’ହେଲେ ସେ ୧୮୦ଦିନ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ସେହିପରି ଯେଉଁ ମହିଳା କର୍ମଚାରୀ ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘କମିଶନିଂ ମଦର’ ହେଲେ ସେ ୧୮୦ଦିନର ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ହେବେ ।

Leave a Reply

Your email address will not be published. Required fields are marked *