ରାଜ୍ୟରେ ଜାରି ରହିଛି ବର୍ଷା, ଏହି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭୁବନେଶ୍ୱର,୨୬/୦୯: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ପୁରୀ ଜିଲ୍ଲାରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଯୋଗୁଁ ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ବର୍ଷୁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ହେଉଛି। ଏହା ଆଜି ଦିନ ସାରା ଜାରି ରହିବ ବୋଲି ସୂଚନା ମିଳିଛି। ଏଥିପାଇଁ ଆଜି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବରରେ ବି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିପାଇଁ ସତର୍କତା ସୂଚନା ଜାରି କରାଯାଇଛି। ଏପଟେ କେନ୍ଦୁଝରରେ ପ୍ରବଳ ବର୍ଷା। ଗତକାଲି ରାତିରୁ ଲଗାଣ ବର୍ଷା ଫଳରେ ସହରରେ ଲାଗି ରହିଛି ଜଳବନ୍ଦୀ ଅବସ୍ଥା। ସେହିଭଳି ଲୋକଙ୍କ ଘର ଭିତରେ ପାଣି ଜମି ରହିବା ଫଳରେ ଅସ୍ତବ୍ୟସ୍ତ ହୋଇ ପଡିଛି ସାଧାରଣ ଜନ ଜୀବନ। ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ବି ସମସ୍ୟା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *