ଶ୍ରମିକମାନଙ୍କୁ ପୂଜାଭେଟି ଦେଲେ ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା

ନୂଆଦିଲ୍ଲୀ,୨୫/୦୯: ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଶ୍ରମିକମାନଙ୍କୁ ପୂଜାଭେଟି ଦେଇଛନ୍ତି। ଦିଲ୍ଲୀର ଅସଂଗଠିତ କ୍ଷେତ୍ରର କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି। ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାର ସହରୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ମାପଦଣ୍ଡ ସ୍ଥିର କରିଛନ୍ତି। ନୂତନ ବେତନ ସ୍କେଲ ଅନୁଯାୟୀ, ବର୍ତ୍ତମାନ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ମାସକୁ ୧୮,୦୬୬ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥି ସହିତ ଅର୍ଦ୍ଧ-କୁଶଳୀ ପାଇଁ ସର୍ବନିମ୍ନ ମଜୁରୀ ୧୯,୯୨୯ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ୨୧,୯୧୭ ଟଙ୍କା ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *