ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଲୋକଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫/୦୯: ବାଲେଶ୍ଵର ଜିଲ୍ଲାରେ ଗତ ସପ୍ତାହରେ ହୋଇଥିବା ବନ୍ୟାରେ କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସହାୟତା ଘୋଷଣା କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ପରେ ସେ ଭାଙ୍ଗି ଯାଇଥିବା କୁଡ଼ିଆ ଘର ପାଇଁ ୮ ହଜାର ଓ ଗୁହାଳ ପାଇଁ ୩ ହଜାର ଟଙ୍କା ଘୋଷଣା କରିଛନ୍ତି। ସେହିପରି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ମିଳିବ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପକ୍କା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୬ ହଜାର ୫୦୦ ଟଙ୍କା। କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୪ ହଜାର ଟଙ୍କା।

ସେହିପରି ସେ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା ମିଳିବ। ସେହିପରି ଚାଷୀ ପରିବାର ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ପାଇବେ।

Leave a Reply

Your email address will not be published. Required fields are marked *