ହେଜବୁଲ୍ଲା ଆଡ୍ଡା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ମୃତ୍ୟୁ ସଂଖ୍ୟା ୪୯୦କୁ ବୃଦ୍ଧି

ନୂଆଦିଲ୍ଲୀ,୨୪/୦୯: ଲେବାନନରେ ହେଜବୁଲ୍ଲା ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ । ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ୪୯୦ରୁ ଅଧିକ ଜୀବନ ଗଲାଣି। ଏହାସହିତ ଶହ ଶହ ଲୋକ ଆହତ ହୋଇଛନ୍ତି। ଲେବାନନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋଜି ଖୋଜି ପ୍ରାୟ ୩ ଶହରୁ ଅଧିକ ହେଜବୁଲ୍ଲା କ୍ୟାମ୍ପକୁ ଇସ୍ରାଏଲ୍ ଟାର୍ଗେଟ୍ କରିଛି। ହେଜବୁଲ୍ଲା ପକ୍ଷରୁ ଘନ ଘନ ରକେଟ୍ ଓ ମିଜାଇଲ ମାଡ଼ରେ ଦୋହଲି ଯାଇଛି ଇସ୍ରାଏଲ। ଏମିତିକି ଲୋକମାନେ ଭୟରେ ମାଟି ତଳେ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି। ରବିବାର ସକାଳେ ଉତ୍ତର ଇସ୍ରାଏଲର ଜେଜେବାଲ୍ ଘାଟି ଉପରେ ହଠାତ୍ ଆତଙ୍କୀ ସଂଗଠନ ହେଜବୁଲ୍ଲା ଅତର୍କିତ ଆକ୍ରମଣ କରିଥିଲା। ପାଖାପାଖି ୧୪୦ ରକେଟ୍, ମିଜାଇଲ୍ ଓ ଡ୍ରୋନ୍ ମାଡ଼ କରିଥିଲା। ତେବେ ଏହି ଆକ୍ରମଣର ଇସ୍ରାଏଲ ଭୟଙ୍କର ପାଲଟା ଜବାବ ଦେଇଛି। ଫଳରେ ଇସ୍ରାଏଲ୍-ଲେବାନନ୍ ଭିତରେ ଯୁଦ୍ଧ ଆଶଙ୍କା ବଢ଼ି ଯାଇଛି। ହେଜବୁଲ୍ଲା ଆତଙ୍କୀ ଲେବାନନ ପଟୁ ଆକ୍ରମଣ କରୁଥିବାରୁ ଇସ୍ରାଏଲ୍ ଅଧିକ କ୍ଷୁବ୍ଧ ହୋଇଛି।

Leave a Reply

Your email address will not be published. Required fields are marked *