ନୂଆ ଢାଞ୍ଚାରେ ତିଆରି ହେବ ବାରବାଟୀ ପିଚ୍

କଟକ, ୭/୩: ନୂଆ ଢାଞ୍ଚାରେ ବାରବାଟୀ ପିଚ୍ ତିଆରି ହେବ।ଫିଲ୍ଡକୁ ମ୍ୟାଚ୍ ଉପଯୋଗୀ କରିବାକୁ ଓସିଏ ପକ୍ଷରୁ ଏହିପରି ନୂଆ ପ୍ରୟାସ କରାଯାଇଛି। ଏଣିକି ବର୍ଷା ଯୋଗୁଁ ବାରବାଟୀରେ  ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆଉ ବାତିଲ କରିବାକୁ ପଡିବ ନାହିଁ। ପୂରା ଫିଲ୍ଡକୁ ବାଲିରେ ପୋତାଯାଇ ତିଆରି କରାଯାଉଛି । ଏଥିପାଇଁ ପିଚ୍ କ୍ୟୁରେଟରଙ୍କୁ ନେଇ  ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଉଛି।