ଆସନ୍ତା ୨୩ ଯାଏଁ ଜାରି ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା

ଭୁବନେଶ୍ୱର,୨୧/୦୯:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜିଠାରୁ ଯାଞ୍ଚ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୩ ତାରିଖ ଯାଏଁ ଜାରି ରହିବ। ଆଜି ପ୍ରଥମ ଦିନରେ ଏଏସ୍‌ଆଇ ଓ ବିଶେଷଜ୍ଞ ଟିମ୍‌ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅପରାହ୍‌ଣ ୨ଟାରେ ପ୍ରବେଶ କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଏହି ଟିମ୍‌ ରତ୍ନଭଣ୍ଡାରରୁ ବାହାରିଥିଲେ। ଗୁପ୍ତ ରତ୍ନଭଣ୍ଡାର ଓ ଗୁପ୍ତ ସୁଡ଼ଙ୍ଗ ନେଇ ଯାଞ୍ଚ ଜାରି ରହିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *