ଦିଲ୍ଲୀରେ ନୂଆ ଅଧ୍ୟାୟ ଆରମ୍ଭ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମାର୍ଲେନା

ନୂଆଦିଲ୍ଲୀ,୨୧/୦୯: ଆମ୍ ଆଦମୀ ପାର୍ଟି ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ରାଜନିବାସରେ ଆୟୋଜିତ ଏକ ସରଳ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଆତିଶୀଙ୍କୁ ଶପଥ ପାଠ କରାଇବା ସହ ଏହି ଆତିଶୀ ଦିଲ୍ଲୀର ତୃତୀୟ ତଥା ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଳାସ ଗେହଲଟ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲାୱତ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Leave a Reply

Your email address will not be published. Required fields are marked *