ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା, ଜାରି ହେଲା କଟକଣା

ଭୁବନେଶ୍ୱର,୨୧/୦୯: ଶାରଦୀୟ ଦୁର୍ଗା ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୁଲିସର କଟକଣା ଜାରି କରାଯାଇଛି। ଭସାଣିରେ ୬ଟି ସାଉଣ୍ଡ ବକ୍ସ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ ସମ୍ପୂର୍ଣ୍ଣ ମନା ହୋଇଛି। ଏହା ସହ ସୁନାଚାନ୍ଦି ମେଢ଼ ମଣ୍ଡପ ନିକଟରେ ବନ୍ଧୁକଧାରୀ ପୁଲିସ ମୁତୟନ ହେବେ। ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ପରେ କଟକ ଅତରିକ୍ତ ଡିସିପି ଅନୀଲ ମିଶ୍ର ଏହି ସୂଚନା ଦେଇଛନ୍ତି।ସେହିପରି ମା’ଙ୍କ ଭସାଣି ସମୟରେ ବାଣ ଫୁଟାଯାଇ ପାରିବନି। ରାତି ୧୦ଟା ପର୍ଯ୍ୟନ୍ତ ଶୋଭାଯାତ୍ରାର ଅନୁମତି ରହିଛି, କିନ୍ତୁ ଯଦି ରାଜ୍ୟ ସରକାର ଅନୁମତି ଦେବେ, ରାତି ୧୨ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିପାରିବ ବୋଲି ଅତରିକ୍ତ ଡିସିପି ସୂଚନା ଦେଇଛନ୍ତି।ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ପୂଜାକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ପଦକ୍ଷେପ ନେଉଛି। ।

Leave a Reply

Your email address will not be published. Required fields are marked *