ଆଜିଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦/୦୯: ଆଜିଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ୩ ଦିନରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଆଜି ମୁଖ୍ୟମନ୍ତ୍ରୀ ସକାଳେ ରିଜର୍ଭ ପଡିଆ ହେଲିପ୍ୟାଡ଼ରେ ଅବତରଣ କରିବା ପରେ ବାଇକ ରାଲିରେ ଅଡିଟୋରିୟମ ହଲରେ ପହଁଚିଥିଲେ। ସେଠାରେ ଲାଇଫ୍ ସେଭର୍ସ ଗ୍ରୁପ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ନିଜ ଗାଁ ରାଇକଳା ସ୍ଥିତ ଘରକୁ ଯିବେ। ପରେ ସ୍ଥାନୀୟ ହୋଟେଲରେ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *