ରାଜଧାନୀରେ ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୬/୩: ଦିନକୁ ଦିନ ରାଜଧାନୀରେ ହତ୍ୟା, ଚୋରାଚାଲାଣ, ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି। କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଏହାରିମଧ୍ୟରେ ଆଜି ଭୁବନେଶ୍ବର ସ୍ଥିତ ସିଆର୍‌ପି ଛକରେ ଦିନ ଦ୍ବିପ୍ରହରରେ ଯୁବକଙ୍କୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାରୁ ସାଲିଆସାହିର ଟୁକୁନା ଦାସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ । ଏହାପରେ ୩ ଦୁର୍ବୃତ୍ତ ଅଟକ ରଖି ନିସ୍ତୁକ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ । ପରେ ଘଟଣା ସ୍ଥଳରେ ଡିସିପି ଓ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରଛନ୍ତି ।