ୱାନ ନେସନ-ୱାନ ଇଲେକ୍ସନ ପ୍ରସ୍ତାବକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ, ୧୭/୦୯: ‘ୱାନ ନେସନ-ୱାନ ଇଲେକ୍ସନ’ ପ୍ରସ୍ତାବକୁ  କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି ଯେ ସଂସଦର ଆସନ୍ତା ଶୀତ ଅଧିବେଶନରେ ‘ୱାନ ନେସନ-ୱାନ ଇଲେକ୍ସନ’ ଉପରେ ଏକ ବିଲ୍ ଉପସ୍ଥାପନ କରାଯିବ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ କ୍ୟାବିନେଟ ସମ୍ମୁଖରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ସୁପାରିଶ କରାଯାଇଥିଲା। ଏହା ସହିତ ଲୋକସଭା ଏବଂ ବିଧାନସଭା ନିର୍ବାଚନର ୧୦୦ଦିନ ମଧ୍ୟରେ ନଗର ନିଗମ ନିର୍ବାଚନ ମଧ୍ୟ କରିବାକୁ ସୁପାରିଶ କରାଯାଇଥିଲା।

 

Leave a Reply

Your email address will not be published. Required fields are marked *