ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୭/୦୯: ଆଜି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କ ବାସଭବନରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ଦେବା ସହ ଆପ ନେତ୍ରୀ ଅତିସୀ ମାର୍ଲେନାଙ୍କୁ ବିଧାୟକଙ୍କ ସମର୍ଥନ ସଂପର୍କିତ ପତ୍ର ବି କେଜ୍ରିଓ୍ବାଲ ପ୍ରଦାନ କରିଛନ୍ତି । ବିଧାୟକ ଦଳ ବୈଠକରେ ଅତିସୀଙ୍କୁ ନେତା ଚୟନ କରାଯିବା ସଂପର୍କରେ ସେ ଉପରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ଏହାପରେ ଅତିସୀ ମାର୍ଲେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।

କେଜ୍ରିଓ୍ବାଲଙ୍କ ଇସ୍ତଫା ସଂପର୍କରେ ଆପ୍ ନେତା ମନୀଷ ସିସୋଦିଆ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଷଡ଼ଯନ୍ତ୍ର କାରଣରୁ କେଜ୍ରିଓ୍ବାଲଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଏହାକୁ ନେଇ ସାଧାରଣ ଜନତା ଦୁଃଖିତ ଅଛନ୍ତି । ସିସୋଦିଆ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାହସିକତାର ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଜନଅଦାଲତକୁ ଯିବାକୁ ଘୋଷଣା କରିଛନ୍ତି। ନିର୍ବାଚନ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଆଜି ଆତିଶୀଙ୍କୁ ଦିଆଯାଇଛି।

Leave a Reply

Your email address will not be published. Required fields are marked *