ଭୁବନେଶ୍ବର,୧୭/୦୯: ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାଫଳରେ ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କାର ପ୍ରଥମ କିସ୍ତି ଯାଇଛି।ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି ସିଂଦେଓ ଉପସ୍ଥିତ ଅଛନ୍ତି। ଏହାଛଡ଼ା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଏଲ୍ ଓରାମ ବି ମଞ୍ଚାସୀନ ଅଛନ୍ତି। ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାର ହିତରାଧିକାରୀମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରାଯାଇଥିଲା।