ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପୁଣି ଥରେ ଗୁଳିମାଡ଼

ନୂଆଦିଲ୍ଲୀ, ୧୬/୦୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ତେବେ ସେ ସୁରକ୍ଷିତ ଅଛନ୍ତି। ଫ୍ଲୋରିଡାର ପଶ୍ଚିମ ପାଲମ ବିଚରେ ଥିବା ଗଲ୍ଫ କୋର୍ସରେ ଟ୍ରମ୍ପ ଗଲ୍ଫ ଖେଳୁଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଏହାର ଜବାବରେ ସିକ୍ରେଟ ସର୍ଭିସ ସଦସ୍ୟ ପାଲଟା ଗୁଳିଚାଳନା କରିଥିଲେ। ଏଫବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ଟ୍ରମ୍ପଙ୍କୁ ଟାର୍ଗେଟ କରିଥିବା ଅଜ୍ଞାତ ବନ୍ଧୁକଧାରୀ ଘଟଣାସ୍ଥଳରେ ବନ୍ଧୁକ ଛାଡି ଏକ ଏସୟୁଭିରେ ପଳାଇ ଯାଇଥିଲେ। ତେବେ ଫ୍ଲୋରିଡାର ପଡୋଶୀ କାଉଣ୍ଟିରୁ ପୁଲିସ ତାଙ୍କୁ ଗିରଫ କରିଥିଲା।  ଆକ୍ରମଣକାରୀଙ୍କ ନିକଟରୁ ଏକେ-୪୭ ଭଳି ଦେଖାଯାଉଥିବା ବନ୍ଧୁକ ଜବତ କରାଯାଇଛି ବୋଲି ପୁଲିସ କହିଛି।

 

Leave a Reply

Your email address will not be published. Required fields are marked *