ଓଡ଼ିଶାରୁ ଗଡ଼ିଲା ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ୍, ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୫/୦୯: ଓଡ଼ିଶାରୁ ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର  ସହିତ ରାଉରକେଲା-ହାୱଡ଼ା ବନ୍ଦେ ଭାରତର ଭର୍ଚ୍ଚୁଆଲ ମାଧ୍ୟମରେ ଶୁଭରମ୍ଭ କରିଛନ୍ତି। ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ।ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ନୟାଗଡ଼ ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ।

ସେହିପରି ରାଉରକେଲା ଷ୍ଟେସନରୁ ପ୍ରଧାନମନ୍ତ୍ରୀ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ।ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ମଧ୍ୟରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଅଟକିବ।

Leave a Reply

Your email address will not be published. Required fields are marked *