ବଦଳିଲା ମୋ ସ୍କୁଲ୍ ଅଭିଯାନ ନାମ, ଏବେ ହେଲା ପଞ୍ଚଶଖା ଶିକ୍ଷା ସେତୁ ଯୋଜନା

ଭୁବନେଶ୍ୱର,୧୪/୦୯: ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି ‘ପଞ୍ଚଶଖା ଶିକ୍ଷା ସେତୁ ଯୋଜନା’ ରଖାଗଲା । ବିଜେଡି ସରକାର ସମୟରେ ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ନୂଆ ନାଁ ରଖାଯାଇଛି । ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଚିଠି କରାଯାଇଛି । ୨୦୧୭ ମସିହା ନଭେମ୍ୱର ୧୪ ଶିଶୁ ଦିବସ ଅବସରରେ ମୋ ସ୍କୁଲ ଅଭିଯାନର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ଲାଗି ସ୍ୱେଚ୍ଛାକୃତ ଅବଦାନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ଥିଲା। ଓଡ଼ିଶା ସ୍କୁଲ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ ବ୍ୟକ୍ତିବିଶେଷ, ସଂଘ, ସାମାଜିକ ପ୍ରଭାବ ସଂଗଠନ,  ଛାତ୍ରଛାତ୍ରୀମାନଙ୍କ ଅଭିଜ୍ଞତା, ସଫଳତା, ପ୍ରଭାବ ଓ ବିଶ୍ୱବ୍ୟାପୀ ଯୋଗାଯୋଗର ଉପଯୋଗ କରିବା ଉଦ୍ଦେଶ୍ୟରେ ଏହାକୁ ଗଠନ କରାଯାଇଥିଲା।

Leave a Reply

Your email address will not be published. Required fields are marked *