ବାପାର ଶେଷକୃତ୍ୟ ସାରି ଫେରୁଥିବା ବେଳେ ପୁଅର ମୃତ୍ୟୁ

ଭୁବନେଶ୍ୱର, ୬/୩: ବୌଦ୍ଧ ପୁରୁଣାକଟକ ଥାନା କରଡ଼ାକୋଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ
ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇ ଥିଲା ଏକ କାର୍‌।ଉଲ୍ଲେଖଯୋଗ୍ୟ ଯେ କାରରେ ଥିବା ବାପାଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା  ପୁଅ ର ମୃତ୍ୟୁ ଘଟିଛି। ଏହାସହ ଅନ୍ୟ ୪ ସଂପର୍କୀୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତକଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅରୁଣ ମେହେର ।