ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ, କୁଚିଣ୍ଡାରୁ ଗଡିବନି ଘରୋଇ ବସ୍

ଭୁବନେଶ୍ୱର,୧୨/୦୯: ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରୁଛି ଚକଧର ସମନ୍ବୟ ସମିତି। ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମୋଟର ଅଟକି ରହିଛି । ସେପଟେ ତେଲକୋଇକୁ ଡ୍ୟୁଟିରେ ଯାଉଥିବା ବେଳେ କାଞ୍ଜି ପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୋଲିସ ବସ । ଦୁର୍ଘଟଣା, ୫ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଅନ୍ୟପଟେ ଆଜି କୁଚିଣ୍ଡାରୁ ଗଡିବନି ଘରୋଇ ବସ । ବସ ଚଳାଚଳ ବନ୍ଦ ନେଇ ଡାକରା ଦେଇଚି ଘରୋଇ ବସ୍ ମାଲିକ ସଂଘ । କୁଚିଣ୍ଡା – ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଅଧିକାରୀଙ୍କ ହସ୍ତକ୍ଷେପକୁ ବିରୋଧ କରି ଏଭଳି ଡାକରା ଦେଇଛି ସଂଘ । ଏନେଇ ଉପଜିଲ୍ଲାପାଳ, ଏସଡିପିଓ, ଥାନା ଅଧିକାରୀଙ୍କୁ ଦାବି ଜଣାଇଛି ଘରୋଇ ବସ ମାଲିକ ସଂଘ। ଫଳରେ କୁଚିଣ୍ଡାରୁ ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ ଓ ରାଉରକେଲାକୁ ବସ୍ ଯାତ୍ରା ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *