ବିଧାନସଭାର ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଶେଷ,ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଲା ଗୃହ

ଭୁବନେଶ୍ୱର,୧୧/୦୯: ବିଧାନସଭାର ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆଜି ଶେଷ ହୋଇଛି । ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ଘୋଷଣା କରିଛନ୍ତି । ଏହି ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦିଶାହୀନ ହୋଇ ରହିଥିଲେ । ଆଉ ସରକାର ପରିଚାଳନାରେ ନବାଗତ ବିଜେପିକୁ ଏହାର ଫାଇଦା ମିଳିଥିବା ଦେଖିବାକୁ ମିଳିଛି ।  ସୂଚନା ଅନୁସାରେ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି ଅବଧି ମଧ୍ୟରେ ଗୃହରେ ୧୯ଟି ମୁଲତବୀ ପ୍ରସ୍ତାବ ସମେତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ୬ଟି ସିଏଜି ରିପୋର୍ଟ ପାରିତ ହୋଇଛି । ମୋଟ ୨୫ଦିନ ବୈଠକ ବସିଛି ।

Leave a Reply

Your email address will not be published. Required fields are marked *