କୋରାପୁଟ ଓ ମାଲକାନଗିରି ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦/୦୯: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  କୋରାପୁଟ ଓ ମାଲକାନଗିରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। କେଉଁ ନଦୀରେ ଜଳସ୍ତର ବଢ଼ିଛି। କେଉଁକେଉଁ ଅଂଚଳ କେତେ ପ୍ରଭାବିତ ହୋଇଛି। କେଉଁଠି ଘର ଭାଙ୍ଗିଛି, କେତେ ଗଛ ଉପୁଡ଼ିଛି। ସେ ସବୁର ତଥ୍ୟ ନେଇଛନ୍ତି।

ଅନ୍ୟପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ରାଜ୍ୟର ଲଗାଣ ବର୍ଷା ଓ ବନ୍ୟାର ସମୀକ୍ଷା କରିଛନ୍ତି। ରାଜୀବ ଭବନସ୍ଥିତ ଏସଆରସି କାର୍ଯ୍ୟାଳୟରେ ମନ୍ତ୍ରୀ, ଏସଆରସି ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ଡିଜି ସଞ୍ଜୟ କୁମାର ଓ ବରିଷ୍ଠ ଅଧିକାରୀଙ୍କ ସମେତ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ୩୦ ଜିଲ୍ଲାରେ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧ‌ିକ ବର୍ଷା ରେକର୍ଡ ହୋଇଛି। କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ରହିଛି। ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କ କରାଯାଇଥିଲା।

Leave a Reply

Your email address will not be published. Required fields are marked *