ହ୍ରାସ ପାଇବ କ୍ୟାନସର ଚିକିତ୍ସାରେ ବ୍ୟବହୃତ ଔଷଧ ଦାମ

ଭୁବନେଶ୍ୱର,୯/୦୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୪ତମ ଜିଏସଟି ପରିଷଦ ବୈଠକ ଶେଷ ହୋଇଛି । ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାନସର ଚିକିତ୍ସାରେ ବ୍ୟବହୃତ ଔଷଧ ଉପରେ ଜିଏସଟି କୁ ୫ ପ୍ରତିଶତକୁ ହ୍ରାସ କରିବାକୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସୁଦ୍ଧା କର୍କଟ ଔଷଧ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା । ସରକାରଙ୍କ ଏହି ବଡ ନିଷ୍ପତ୍ତି ଦ୍ୱାରା କ୍ୟାନସର ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ।

ଜିଏସଟି କାଉନସିଲ ନମକିନ ଉପରେ ଜିଏସଟି ୧୮ରୁ ୧୨ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । କାର୍ ସିଟ୍ ଉପରେ ଜିଏସ୍ ଟି ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେହିପରି ହେଲିକପ୍ଟର ଯୋଗେ ତୀର୍ଥଯାତ୍ରା ମଧ୍ୟ ଶସ୍ତା ହେବ । ହେଲିକପ୍ଟର ମାଧ୍ୟମରେ ତୀର୍ଥଯାତ୍ରା ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦାବିକୁ ଜିଏସଟି କାଉନସିଲ ଗ୍ରହଣ କରିଛି ।

ଅନ୍ୟପକ୍ଷରେ ୨ ହଜାର ଟଙ୍କାରୁ ଅଧିକ ଅନଲାଇନ୍ ପେମେଣ୍ଟ ଉପରେ ଜିଏସଟି ଆଦାୟ ପ୍ରସ୍ତାବକୁ ଜିଏସଟି କାଉନସିଲ ସ୍ଥଗିତ ରଖିଛି ।

Leave a Reply

Your email address will not be published. Required fields are marked *