ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଗରିବ ପିଲାଙ୍କ ଡାକ୍ତର-ଇଞ୍ଜିନିୟର ପଢ଼ା ଖର୍ଚ୍ଚ ବହନ କରିବେ ସରକାର

ନୂଆଦିଲ୍ଲୀ,୮/୦୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ଦିନ ଖଣ୍ଡୱା ଜିଲ୍ଲାର ଖାଲୱା ଅଞ୍ଚଳରେ ଆୟୋଜିତ ଆଦିବାସୀ ଛାତ୍ର ଉତ୍ସାହ ଏବଂ ସମ୍ମାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ସେ ଏକ ବଡ଼ ଘୋଷଣା କରିଛନ୍ତି।

ସେ ଘୋଷଣା କରିଛନ୍ତି ଯେ ମଧ୍ୟପ୍ରଦେଶ ସରକାର ରାଜ୍ୟର ଗରିବ ଆଦିବାସୀ ପିଲାମାନଙ୍କର ଡାକ୍ତର ଏବଂ ଇଞ୍ଜିନିୟର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହା ସହିତ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ସରକାର ଯାହା କହିଥାନ୍ତି ତାହା କରନ୍ତି, କଂଗ୍ରେସ ଭଳି ପ୍ରତିଶ୍ରୁତି ଭୁଲନ୍ତି ନାହିଁ।

Leave a Reply

Your email address will not be published. Required fields are marked *