ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ, ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୮/୦୯: ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତସନ୍ଧ୍ୟାରେ ଲକ୍ଷ୍ନୌ ଟ୍ରାନ୍ସପୋର୍ଟ ନଗରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାସ୍ଥଳରୁ ୨୮ ଜଣଙ୍କୁ ଉଦ୍ଧାର ପରେ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏବେ ଏନଡିଆରଏଫ୍, ଏସଡିଆରଏଫ୍, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେହିଭଳି ଡ୍ରୋନ୍ କ୍ୟାମେରା ଜରିଆରେ ମଧ୍ୟ ଉଦ୍ଧାର କାର୍ଯ୍ୟ କରାଯାଉଛି। ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟାରେ ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗର ଅଞ୍ଚଳରେ ତିନି ମହଲା କୋଠା ଗୋଡାଉନ୍ ଏବଂ ଏକ ମୋଟର ୱାର୍କସପ୍‌ ଭୁଶୁଡି ଯିବା ଫଳରେ ୨୮ଜଣ ଗୁରୁତର ହୋଇଥିଲେ। ଏହି ସମୟରେ ୩ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *