ସୁପ୍ରିମକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା

ଭୁବନେଶ୍ୱର, ୫/୩: ଦିନକୁ ଦିନ ଘନଉଛି ବର୍ଷା-ଅନୁଭବ ବିବାଦ। ହାଇକୋର୍ଟ ପରେ ଏବେ ସୁପ୍ରିମକୋର୍ଟରେ ପହଂଚିଛି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକରେ ମାମଲାର ଶୁଣାଣି ହେବ।

ଉଲ୍ଲେଖ ଯୋଗ୍ୟ ଯେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ନେଇ ପଟିଆଲା ହାଉସ କୋର୍ଟରେ ମାମଲା ରୁଜୁ କରିଥିଲେ ଅନୁଭବ । ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା।