ସିଲିକନ୍ କାର୍ବାଇଡ୍ ମ୍ୟାନୁଫାକଚରିଂ କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୦୯: ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ମ୍ୟାନୁଫାକଚରିଂ କେନ୍ଦ୍ରର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରର ଇନଫୋଭ୍ୟାଲିସ୍ଥିତ ଇଏମସି ପାର୍କରେ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିଃ ଦ୍ୱାରା ଏହି ୟୁନିଟ୍ ସ୍ଥାପନ କରାଯାଉଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ଅଗ୍ରଣୀ ସେମିକଣ୍ଡକ୍ଟର ହବ୍ ଭାବେ ଓଡ଼ିଶାକୁ ଗଢ଼ିବା ଦିଗରେ ଏହି ୟୁନିଟ୍ ସ୍ଥାପନ ହୋଇଛି। ଏହି ନୂଆ ସୁବିଧା ନାକେବଳ ରାଜ୍ୟରେ ଷ୍ଟେଟ ଅଫ୍ ଆର୍ଟ ପ୍ରଡକ୍ଟ ସୃଷ୍ଟି କରିବ ବରଂ ପ୍ରତିଭାବାନ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଯାହା ସେମାନଙ୍କୁ ସବୁପ୍ରକାରର ଜ୍ଞାନକୌଶଳ ଯୋଗାଇବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *