ସୁରକ୍ଷାକର୍ମୀ-ମାଓବାଦୀଙ୍କ ଭିତରେ ଗୁଳି ବିନିମୟ, ୬ ମାଓବାଦୀ ସଫା

ଭୁବନେଶ୍ୱର,୫/୦୯: ତେଲେଙ୍ଗାନାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ଭିତରେ ଗୁଳି ବିନିମୟ ଘଟିଛି। ଯାହାଫଳରେ ଏନକାଉଣ୍ଟରରେ ୬ ମାଓବାଦୀ ସଫା ହୋଇଥିବା ସୂଚନା ମିଳିଛି ।କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ଏନକାଉଣ୍ଟର ହୋଇଛି ।ସେହିପରି ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଛନ୍ତି ୨ ସୁରକ୍ଷାକର୍ମୀ । ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ ମାଓବାଦୀ କ୍ୟାମ୍ପ କରି ଜଙ୍ଗଲରେ  ଥିବା ଖବର ସୁରକ୍ଷାବାହିନୀ ପାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ନକ୍ସଲ ବିରୋଧୀ ଅପରେସନ୍। ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ନକ୍ସଲ । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଥିବାବେଳେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ ।

Leave a Reply

Your email address will not be published. Required fields are marked *