ନୂଆଁଖାଇ ପର୍ବ, ଆସନ୍ତା ୯ ତାରିଖରେ ଛୁଟି ରହିବ ସବୁ ସ୍କୁଲ

ଭୁବନେଶ୍ବର,୪/୦୯: ତିନି ଦିନ ପରେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଁଖାଇ ପାଳନ ହେବ। ନୂଆଖାଇ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ପୂର୍ବରୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଆଜି ସରକାର ଘୋଷଣା କରିଛନ୍ତି ଯେ, ଆସନ୍ତା ୯ ତାରିଖ ସୋମବାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ସ୍କୁଲ ଛୁଟି ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ପାଳନ ହେବ। ଏହି ପର୍ବ ପାଇଁ ପଶ୍ଚିମ ଓଡ଼ିଶାରେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡ଼ିଶାରୁ ଯାଇ ଅନ୍ୟତ୍ର ରହୁଥିବା ଲୋକେ ମଧ୍ୟ ଜନ୍ମମାଟିକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାର ଆସନ୍ତା ୯ ତାରିଖକୁ ସରକାରୀ ଛୁଟି ଘୋଷଣା ‌କରିଛନ୍ତି।

Leave a Reply

Your email address will not be published. Required fields are marked *