ବିଜେପିର ରାଜ୍ୟସ୍ତରୀୟ ସଦସ୍ୟ ସଂଗ୍ରହ ଅଭିଯାନର ଆରମ୍ଭ

ଭୁବନେଶ୍ୱର,୩/୦୯: ରାଜ୍ୟ ବିଜେପି କାର୍ଯ୍ୟାଳୟରେ  ରାଜ୍ୟସ୍ତରୀୟ ସଦସ୍ୟ ସଂଗ୍ରହ ଅଭିଯାନର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଦସ୍ୟତା ହେଉଛି କର୍ମକର୍ତ୍ତା ଚୟନର ମୂଳ ଆଧାର ଓ ଦଳର ଶକ୍ତିର ମୂଳ ଆଧାର ହେଉଛି ସଂଗଠନ ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ନୂଆ ଓଡ଼ିଶା ଗଠନ କରି ରାଜ୍ୟକୁ ବିକଶିତ କରିବାକୁ ଆଜି ଆମକୁ ସଂକଳ୍ପ ନେବାକୁ ହେବ । ଏବେ ଓଡ଼ିଶାରେ ଡବଲ୍ ଇଞ୍ଜିନର ସରକାର ଚାଲିଛି । ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।  ଓଡ଼ିଶାବାସୀ ଆମ ଉପରେ ଆସ୍ଥାପ୍ରକଟ କରି ଆମକୁ ଭୋଟ ଦେଇଥିଲେ ଏବଂ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିପାରିଛି ।

Leave a Reply

Your email address will not be published. Required fields are marked *